ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ
ଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ । ଘୋଷା ।

ହେବେ ସେ ସଙ୍ଗୀ ମୋହର, ଘୁଞ୍ଚିବ ସର୍ବ ଡର
ଭୟ ନୋହିବ ମୋ ମନ ଗଲେ ଅନ୍ଧାରେ ା ୧ ।

ଘେରିଲେ ହେଁ ଘୋର କ୍ଳେଶ ନୋହିବି ମୁଁ ନିରାଶ
ସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ ା ୨ ।

ମୃତ୍ୟୁଚ୍ଛାୟାର ପଦାରେ ମୋର ଗମନ ହେଲେ,
ଭୟ ଜାତ ନୋହିବ ଯେ ମୋର ମନରେ ା ୩ ।

ଶୁଣିବେ ସେ ମୋ ପ୍ରାର୍ଥନା, ଫେଡ଼ିବେ ମୋ ଯାତନା,
ସର୍ବଦା ହୋଇବେ ସଙ୍ଗୀ ଘରେ ବାହାରେ ା ୪ ।

ସର୍ବବ୍ୟାପୀ ଏହି ବାଣୀ ହୃଷ୍ଟ ମୁଁ ମନେ ଗୁଣି
ସର୍ବଦା ହେଜିବି ପ୍ରଭୁ ମୋର ସଙ୍ଗରେ ା ୫ ।

ସୂଚୀମାଳାକୁ ଫେରନ୍ତୁ