ଅମର ଈଶ ସୁତରେ, ଅମର ଈଶ ସୁତ

କାଲବରୀ କୁଶେ ହତରେ … ହଁ … ତ (ଘୋଷା)

 

ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇ

ରଚିଲେ ସତ୍ୟ ପଥରେ … ପ … ଥା |୧|

 

କଣ୍ଟାର ମୁକୁଟ ବହି, ଅଶେଷ ଯାତନା ସହି

ରହିଲେ ମୌନ ଶାନ୍ତରେ |୨|

 

ଅନନ୍ତ ଜୀବନ ପାଇଁ ବୁକୁର ରକତ ଦେଇ

ଧରଣୀ କଲେ ପୂତରେ …ପୂ…ତ I୩I

 

ଯୀଶୁ (ତାଙ୍କ) ପଦେ ରଖ ଲୟ, ପାପ ଯିବ ଦୁଃଖ ଭୟ

ସେହି ସତ୍ୟ ପଥରେ ( ଜୀବନ) … ପ… ଥ I୪I

 

ଦୁର୍ଗମ ପଥ ଦେଇ ପହଂଚିବୁ ସ୍ୱର୍ଗ ଯାଇ,

ଧର୍ମାମ୍ବା ତୋ ଚାଳକରେ ..ଚା…କ…କ… |୫|