ଅନ୍ଧ ମୁଁ ଯେ ପଥ ଯାଏ ଭୁଲି
ଭ୍ରାନ୍ତି ସ୍ରୋତେ ଭାସିଯାଏ ଚାଲି
ହୁଅ ପ୍ରଭୁ ସାଥ୍ ମୋର
ଆଜି ଆଉ କାଲି…. (ଘୋଷା)

ସାଥିହରା ହୋଇ ଏ ସଂସାରେ
ଜ୍ୟୋତି ହରା ଏଇ ଜୀବନରେ
ହୁଅ ପ୍ରଭୁ ସାଥି ମୋର
ଆଜି ଆଉ କାଲି… |୧|

ଦୃଶ୍ୟଭରା ଏହି ଜଗତରେ,
ଅସୀମ ତା’ ରୂପ ସୁଷମାରେ,
(ଯେବେ) ଜ୍ଞାନ ହରା ହୋଇ ସେ ସୁରାରେ
ଡୁବିଯାଏ ଚିତ୍ତ ସେ ମାୟାରେ
ହୁଅ ପ୍ରଭୁ ସାଥ୍ ମୋର
ଆଜି ଆଉ କାଲି…. |୨|

ଅଶ୍ରୁ ଯେବେ ଝରେ ନୟନରେ

ପୋଛି ତବ ଦିବ୍ୟ ବସନରେ
ଶେଷେ ନିଅ ପାର ଦୀଶେ
ନ ଯାଅ ଗୋ ଭୁଲି…. |୩|