ଅନ୍ତର ଖୋଲି … ଅନ୍ତର ଖୋଲି,
ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା)

ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜା
ଆଜି ଏଠାକୁ ଏ ତୁମ ଦାନ
ଲଭିବୁ ଶାନ୍ତି ପ୍ରାର୍ଥନା କରି … |୧|

ଆସ ଏଠାକୁ ତୁମ ପିଲାଙ୍କୁ, ତୁମରି ବାକ୍ୟ ତୁମରି ଲକ୍ଷ୍ୟ
ଜଣାଅ ପ୍ରଭୁ ଆମକୁ ସବୁ,
ଆନନ୍ଦ ମନେ ଯିବୁ ଗୋ ଫେରି … |୨|

ଜୀବନେ ଦେଇ ହେ ନରସାଇଁ, ପାପୁ ଉଦ୍ଧରିଲେ ରକତ ଦେଇ
ମେଲାଣି ଦିଅ ହେ ଆମ ପ୍ରିୟ,
ପ୍ରଚୁର ତବ ଆଶିଷ ଭରି … |୩|

ଦେବ ନାହିଁକି କଲ୍ୟାଣକୁ ନିରାଶେ ଯିବୁ ରିଭ୍ର ହସ୍ତେ କି ?
କର ମୁକତି କରୁନିତି
ଦେଉ ହୃଦୟ ପୁଷ୍ପ ଅଞ୍ଜଳି.. | ୪|