ଅରୂପ ରୂପ ଦୃଶ୍ୟ ହୋଇଲେ,
ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା । 
କାଳବଳେ ଅନାୟତ୍ତ ଥିଲା ସକଳ ଜଗତ,

ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ । 
ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ 

ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ ।
ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନ

କରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ ।
ଧନ ମାନ ସଂସାରକୁ ପକାଇ ସବୁ ପଛକୁ

ଖ୍ରୀଷ୍ଟ-ପ୍ରେମ-ପିୟୁଷକୁ ଚାଖି ତୃପ୍ତ ହୋଇଲେ । ୪ ।
ଯାଇ ଅମର ଭୁବନ ଅରୂପ ରୂପ ଦର୍ଶନ ପାଇ 
ନିତ୍ୟ ବିଶ୍ରାମକୁ ମହାନନ୍ଦେ ରହିଲେ । ୫ ।