ananta jibana mu paichi /ଅନନ୍ତ ଜୀବନ ମୁଁ ପାଇଛି

ଅନନ୍ତ ଜୀବନ ମୁଁ ପାଇଛି ତାଙ୍କ ଅନୁଗ୍ରହେ ପାଇଛି।ଧରି ଶ୍ରୀଚରଣେ ଦେଇ ମନ ପ୍ରାଣନୂତନତା ମୁହଁ ଲଭିଛି (ଘୋଷା) ଥୁଲା ଯେତେ ମୋର ପାପର ଦଣ୍ଡ ମୋ ପାଇଁ ମରି ସେ କଲେ ନୀଦଣ୍ଡନାହିଁ ଆଉ ମୋର ଭୟ କିଛିତାଙ୍କ ଠାରେ ମୁହିଁ ରହିଛି… |୧| ପିତା ଠାରୁ ମୁଁ ଯେ ଦୂରରେ ଥିଲିଖ୍ରୀଷ୍ଟଙ୍କ ବନ୍ଧନେ ମିଳିତ ହେଲିଏକ ପରିବାରରେ ମୁଁ ମିଶିଛିସ୍ଵର୍ଗ ଭୋଗ ମୋ ପାଇଁ ଅଛି… |୨| ପାପ ଦାସ ଭାବେ ପାପରେ ଥିଲିପାପ ତେଜି […]

ananta akasha tale /ଅନନ୍ତ ଆକାଶ ତଳେ

ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେକେବଳ ଯୀଶୁଙ୍କ ନାମ, ସାଧୁପାରେ ପରିତ୍ରାଣ …(ଘୋଷା) ରକ୍ତିମ କୁଶ କହେ, ମୁକତି ଶୋଣିତ ବହେଆସ ଆସ ପାପୀଜନ, ଲଭିବ ନବଜୀବନ… |୧| ଅନ୍ତର ଖୋଲି କୁହ, ଢ଼ାଳି ଅନୁତାପ ଲୁହକରେ ପ୍ରଭୁ ସମର୍ପଣ, ପ୍ରଭୁ ପରିତ୍ରାଣ ଧନ… |୨| ସୂଚୀମାଳାକୁ ଫେରନ୍ତୁ          

andhara diya durakari /ଅନ୍ଧାର ଦିଅ ଦୂର କରି

ଅନ୍ଧାର ଦିଅ ଦୂର କରି,ହେ ମନ ରାଇଜ ଆଲୋକିତ ପଥ ସାଥୀଚିର ଉତ୍କଳ ହେ ବିଶ୍ବକରତାତୁମଠାରେ ପ୍ରଭୁ କରିଛୁ ଭରସାରଖି ତୁମ ପଦେ ମତି, ଅନ୍ଧାର ଦିଅ ଦୂର କରି … (ଘୋଷା) ତୁମେ ଦିଅ ମନେ ନିତି ନବଭାବେ ଚାଳନାଭରି ପ୍ରତି ପ୍ରାଣେ ନୂତନର ଶୁଭ କାମନାଦିଅ ହେ ଆଶିଷ ଏତିକି ଶ୍ରୀପାଦେ ଅଳି,ଅନ୍ଧାର ଦିଅ ଦୂର କରି … |୧| ନାହିଁ କିଛି ଆମ, ପାପ ମଳିନ ମରମଅରଚନା ଘେନ, ଦିଅ ଆଜି ଦରଶନତୁମ […]

andhakara ghera moro aye jibane /ଅନ୍ଧକାର ଘେରା ମୋର ଏ ଜୀବନେ

ଅନ୍ଧକାର ଘେରା ମୋର ଏ ଜୀବନେତୁମରି ଆଲୋକ କର ମୋତେ ଦାନ (୨ଥର)ସେଇ ଆଲୋକରେ ପଥ ନ ହରାଇ (୨ଥର)କରୁଥ୍ବି ସଦା ତୁମ ଗୁଣଗାନ {0} କି ଦେବି ତୁମକୁ ହେ ଯୀଶୁ ରାଜନନାହିଁ ମୋର ପାଶେ କିଛି ପ୍ରତି ଦାନ (୨ଥର)ଶୂନ୍ୟ ହୃଦୟକୁ କର ପ୍ରଭୁ ପୂର୍ଣ୍ଣକରିବି ପ୍ରଶଂସା ଭଶ ନନ୍ଦନ (୨ଥର) ଲୋଡ଼ା ନାହିଁ ମୋର ଧନ, ସନମାନତୁମ ପାଦ ପୂଜିଯାଉ ଏ ଜୀବନ (୨ଥର)ରଖୀଛ ଜଗତେ ମୋତେ ଯେତେ ଦିନ (୨ଥର)ଶରଣ ନେବି […]

andhakara ghera dharare /ଅନ୍ଧକାର ଘେରା

ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବା ଗ୍ରାମରେ ନଗରେ ଗିରି କନ୍ଦରରେ ଜାଳିବା ଲଜିତ ନୋହିବା … (ଘୋଷା) ମରୁ ମରୀଚିକା ଜଗତେ, ତୃଷିତ ପରାଣର ହିତେ ଜୀବନର ଝର ବହୁଛି କୁଶରେ କ୍ଲାନ୍ତ ଜନତା ଆସରେ….|୧| ଶୁଣି ନାହିଁ କି ସେ ଆଦେଶ, ଯାଅ ସମସ୍ତ ଜାତି ପାଶ, କୁହ ମୁକ୍ତି ଅଛି ଯୀଶୁଙ୍କ ପାଶରେ, ନ ରଖି ଲଜା ମନରେ….|୨| ସୂଚୀମାଳାକୁ ଫେରନ୍ତୁ          

amara isa sutare /ଅମର ଈଶ ସୁତରେ

ଅମର ଈଶ ସୁତରେ, ଅମର ଈଶ ସୁତ କାଲବରୀ କୁଶେ ହତରେ … ହଁ … ତ (ଘୋଷା)   ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇ ରଚିଲେ ସତ୍ୟ ପଥରେ … ପ … ଥା |୧|   କଣ୍ଟାର ମୁକୁଟ ବହି, ଅଶେଷ ଯାତନା ସହି ରହିଲେ ମୌନ ଶାନ୍ତରେ |୨|   ଅନନ୍ତ ଜୀବନ ପାଇଁ ବୁକୁର ରକତ ଦେଇ ଧରଣୀ କଲେ ପୂତରେ …ପୂ…ତ I୩I   ଯୀଶୁ (ତାଙ୍କ) […]

antara kholi antara kholi /ଅନ୍ତର ଖୋଲି

ଅନ୍ତର ଖୋଲି … ଅନ୍ତର ଖୋଲି,ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା) ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜାଆଜି ଏଠାକୁ ଏ ତୁମ ଦାନଲଭିବୁ ଶାନ୍ତି ପ୍ରାର୍ଥନା କରି … |୧| ଆସ ଏଠାକୁ ତୁମ ପିଲାଙ୍କୁ, ତୁମରି ବାକ୍ୟ ତୁମରି ଲକ୍ଷ୍ୟଜଣାଅ ପ୍ରଭୁ ଆମକୁ ସବୁ,ଆନନ୍ଦ ମନେ ଯିବୁ ଗୋ ଫେରି … |୨| ଜୀବନେ ଦେଇ ହେ ନରସାଇଁ, ପାପୁ ଉଦ୍ଧରିଲେ ରକତ ଦେଇମେଲାଣି ଦିଅ ହେ ଆମ […]

arupo rupo drushya hoile /ଅରୂପ ରୂପ ଦୃଶ୍ୟ ହୋଇଲେ,

ଅରୂପ ରୂପ ଦୃଶ୍ୟ ହୋଇଲେ,ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା । କାଳବଳେ ଅନାୟତ୍ତ ଥିଲା ସକଳ ଜଗତ, ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ । ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ  ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ ।ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନ କରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ ।ଧନ ମାନ ସଂସାରକୁ ପକାଇ ସବୁ ପଛକୁ […]

ananta ishwara jishu /ଅନନ୍ତ ଈଶ୍ୱର ଯୀଶୁ ତାଙ୍କ

ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ,ସର୍ବ ଦେଶେ ସର୍ବ ପ୍ରାଣୀ ହୃଷ୍ଟେ କରୁ ଗାନ ହେ । ଘୋଷା । ପ୍ରଭୁଙ୍କର ପ୍ରଭୁ ଯୀଶୁ ରାଜାଙ୍କ ରାଜନ ହେ,ତ୍ରିଭୁବନ କର୍ତ୍ତା ଯୀଶୁ ଅଟନ୍ତି ମହାନ ହେ । ୧ । ସର୍ବ ସୃଷ୍ଟିକର୍ତ୍ତା ଯୀଶୁ ତ୍ରିଲୋକ ରାଜନ ହେ,ତାଙ୍କ ବିନା କେଉଁ ବସ୍ତୁ ନୋହିଛି ସୃଜନ ହେ । ୨ । ଜଗଦ୍ଦୀପ୍ତି ଦୀନବନ୍ଧୁ ଜଗତ ଜୀବନ ହେ,ଅନ୍ଧାର ଗୃହେ ଦିଶନ୍ତି ମାଣିକ୍ୟ ଯେସନ ହେ […]

ate ki bahumulya saadhu marana /ଅଟେ କି ବହୁମୂଲ୍ୟ ସାଧୁ ମରଣ

ଅଟେ କି ବହୁମୂଲ୍ୟ ସାଧୁ ମରଣ !ଈଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ । ଘୋଷା । ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ,ଧନ୍ୟ ସେ ଧାର୍ମିକ, ଧନ୍ୟ ତାର ଜୀବନ । ୧ । ଈଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ,ସ୍ୱର୍ଗେ ଅବ୍ରାହାମ କୋଳେ ଦିଅନ୍ତି ସ୍ଥାନ । ୨ । ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ,ତାର ସବୁ କର୍ମ ହୁଏ ପଶ୍ଚାଦଗମନ । ୩ । ସମାଧିରେ କୁଶଳରେ ଦେହ କରେ ଶୟନ,ସ୍ୱର୍ଗପୁରେ […]